Header Ads

Download

How To Make Attractive Video On Your Smartphone - ନିଜ ସ୍ମାର୍ଟଫୋନ୍ ରେ ଆକର୍ଷକ ଶିକ୍ଷଣ ଭିଡ଼ିଓ କିପରି କରିବେ? - Part 02

4.1 ଚାଲନ୍ତୁ ସୁଟିଂ ଆରମ୍ଭ କରିବା
ଏହି ମୋଡ୍ୟୁଲରେ ଆମେ ସବୁ କୌଶଳ ଜାଣିବା ଯାହା ଆମକୁ ଆମ ଫୋନ ଦ୍ୱାରା ଗୋଟେ ଭଲ ଭିଡ଼ିଓ କରିବା ପାଇଁ ସାହାଯ୍ୟ କରିବ I 
ଆମେ ଯେଉଁ ସବୁ ବିଷୟରେ ଜାଣିବା ସେଗୁଡିକ ହେଲା :
  • ଭଲ ଲାଇଟିଙ୍ଗର ମହତ୍ୱ
  • ଗୋଟେ ଭଲ ବ୍ୟାକଗ୍ରାଉଣ୍ଡର ଚୟନ
  •  ଶାରୀରିକ ହାବଭାବ
  • props ର ବ୍ୟବହାର ଏବଂ ଆହୁରି ବହୁତ
4.2 ଭଲ ଲାଇଟିଙ୍ଗର ରହିବା ବହୁତ ମହତ୍ୱପୂର୍ଣ୍ଣ ହୋଇଥାଏ
   ସଠିକ ପ୍ରକାଶ, ସ୍ମାର୍ଟଫୋନର କ୍ୟାମେରାଗୁଡିକରେ ବହୁତ ଅଧିକ ପ୍ରଭାବ ପକେଇ ଥାଏ କାରଣ ସେଥିରେ ଛୋଟ ଛବି ସେନସର ଏବଂ ଲେନ୍ସ ଥାଏ I
- ନିଜର ଭିଡ଼ିଓକୁ ଭଲ ପ୍ରକାଶ ଥିବା ଜାଗାରେ ସୁଟିଂ କରିବା ପାଇଁ ଯଥାସମ୍ଭବ ଚେଷ୍ଟା କରନ୍ତୁ I ଆପଣଙ୍କୁ ଏହା ବି ଧ୍ୟାନ ରଖିବା ପାଇଁ ପଡିବ କି ବହୁତ ଲାଇଟିଙ୍ଗ ଥିବା ଜାଗାରେ କ୍ୟାମେରାର ସେଟିଙ୍ଗ କରନ୍ତୁ ନାହିଁ , ଲାଇଟିଙ୍ଗ ଫୋନର ପଛପଟୁ ପଡିବା ଦରକାର I ଲାଇଟିଙ୍ଗ ସ୍ଥିର ହେବା ଦରକାର, କାରଣ ଅଧିକାଂଶ ସ୍ମାର୍ଟଫୋନରେ ଛବି ସେନସର ବହୁତ ଶୀଘ୍ର ଲାଇଟିଙ୍ଗରୁ ହେଉଥିବା ଆକସ୍ମିକ ପରିବର୍ତ୍ତନ ଗୁଡିକରେ ପ୍ରତିକ୍ରିୟା କରନ୍ତି ନାହିଁ I 

ଆପଣ ନିଜର ଫୋନର କ୍ୟାମେରାର ସେଟିଙ୍ଗକୁ ମଧ୍ୟ୍ୟ ଭଲରେ ଦେଖନ୍ତୁ I ଆପଣଙ୍କୁ ସେଥିରେ ବହୁତ ଉପଯୋଗୀ ଫିଚର ଦେଖାଯିବ ଯେଉଁଥିରେ ଆପଣ ଭଲରୂପେ ରେକର୍ଡିଙ୍ଗ କରିପାରିବେ I
ଯଦି ଆପଣ ଚାହଁନ୍ତି ତାହାଲେ ଆପଣ ନିଜେ ଘରେ ଲାଇଟିଙ୍ଗର ବ୍ୟବସ୍ଥା କରିପାରିବେ I 
100 ଟଙ୍କାରୁ ବି କମରେ ଲାଇଟିଙ୍ଗ ସେଟଅପ କରିବା ପାଇଁ ଏହି ଭିଡ଼ିଓକୁ ଦେଖନ୍ତୁ I

4.3 ଭଲ ବ୍ୟାକଗ୍ରାଉଣ୍ଡ ଚୟନ କରନ୍ତୁ
ଆପଣଙ୍କର ଭିଡ଼ିଓର ବ୍ୟାକଗ୍ରାଉଣ୍ଡ ଆପଣଙ୍କ କାହାଣୀ କହିବା, ଆପଣଙ୍କର ବାର୍ତ୍ତା ପଠେଇବା ଏବଂ ଆପଣଙ୍କର ବ୍ରାଣ୍ଡରେ
 ଯୋଗଦାନ କରେଇବାରେ ସାହାଯ୍ୟ କରିଥାଏ I 
ଏହା ଆପଣଙ୍କ ଦ୍ୱାରା ବନାଯାଉଥିବା ଭିଡ଼ିଓ, ଆପଣଙ୍କର ଲକ୍ଷ୍ୟ ଏବଂ ଆପଣଙ୍କର ଦର୍ଶକଙ୍କ ଉପରେ ନିର୍ଭରକରେ I
a) ଗୋଟେ ବିଷୟବସ୍ତୁକୁ ବୁଝେଇବା ପାଇଁ ଗୋଟେ କଳାପଟା/ ଧଳାପଟା ସହିତ ଏକ ଖୋଲା ଜାଗା ଚୟନ କରନ୍ତୁ I
 ଆପଣ ଗୋଟେ ଖାତାକୁ ମଧ୍ୟ୍ୟ ବିଷୟବସ୍ତୁ 
ଉପରେ ବୁଝେଇବା ପାଇଁ ବ୍ୟବହାର କରିପାରିବେ ଏବଂ ଲେଖିବା ସମୟରେ ତାହାର ସୁଟିଂ କରିପାରିବେ I
b) ଛାତ୍ରଛାତ୍ରୀଙ୍କୁ ନେଇ ଶ୍ରେଣୀରେ କିପରି କାର୍ଯ୍ୟ କରିହେବ ଦେଖେଇବା ପାଇଁ ଆପଣ ଗୋଟେ ଶ୍ରେଣୀଗୃହ
 ପରିବେଶର ବି ଚୟନ କରିପାରିବେ I
c) ଯଦି ଆପଣ କୌଣସି ଭିଡ଼ିଓରେ କୌଣସି ସାଧାରଣ କଥା କହିବାପାଇଁ ଚାହୁଁଛନ୍ତି ତାହାଲେ 
  ପ୍ରାକୃତିକ ପରିବେଶର ଚୟନ କରନ୍ତୁ I
4.4 ସ୍ଥିର ରହିବ ପାଇଁ tripod ବ୍ୟବହାର କରନ୍ତୁ
ଯଦି ଆପଣ ଚାହନ୍ତିନି କି ଆପଣଙ୍କର ଭିଡ଼ିଓ "ରୋଲିଙ୍ଗ ସଟର" ଦ୍ୱାରା ବିକୃତ, ଧୂଆଁଳିଆ ବା ଅନ୍ୟ କିଛି ପ୍ରଭାବିତ ନହେଉ 
ତାହେଲେ ସବୁଠୁ ଭଲହେବକି ରେକର୍ଡ କରିବା  ସମୟରେ ନିଜ ଫୋନକୁ ସ୍ଥିର ରଖନ୍ତୁ I ଭିଡ଼ିଓ ରେକର୍ଡ କରିବା ସମୟରେ
 ନିଜ ସ୍ମାର୍ଟଫୋନକୁ ନିଜ ଶରୀର ପାଖରେ ରଖିବା ପାଇଁ ଦୁଇ ହାତର ବ୍ୟବହାର କରନ୍ତୁ I
 ଆପଣ ନିଜର ଫୋନକୁ ସ୍ଥିର କରିବା ପାଇଁ ଗୋଟେ ଘରେ ତିଆରି ହୋଇଥିବା tripodର ବି ବ୍ୟବହାର କରି ପାରିବେ I 
ଅଧିକ ବୁଝିବା ପାଇଁ ଏହି ଭିଡ଼ିଓକୁ ଦେଖନ୍ତୁ I



4.5 ଭିଡ଼ିଓ ପରି ଅଡିଓ ବି ମହତ୍ଵପୁର୍ଣ ହୋଇଥାଏ
ଗୋଟେ ଶାନ୍ତ ଜାଗାରେ ଭିଡ଼ିଓ ସୁଟିଂ କରିବା ସୁବୁବେଳେ ଉଚିତ ହୋଇଥାଏ ବିଶେଷ କରି କୌଣସି ଘରେ ବା କମ ଶବ୍ଦ ହେଉଥିବା 
ଜାଗାରେ I ଯଦି ଆପଣ କୌଣସି କାରଣରୁ ବାହାରେ ସୁଟିଂ କରିବା ପାଇଁ ଚାହୁଁଛନ୍ତି ତାହେଲେ ଉଚ୍ଚସ୍ୱରର୍ରେ କୁହନ୍ତୁ ଏବଂ ଫୋନର 
ପାଖରେ ରୁହନ୍ତୁ I


4.6 ଶାରୀରିକ ହାବଭାବ
କହିବା ସମୟରେ ବା ଭିଡ଼ିଓ ରେକର୍ଡ ସମୟରେ ସଠିକ ଶାରୀରିକ ହାବ-ଭାବ ରଖିବା ଦର୍ଶକଙ୍କର ଧ୍ୟାନ ଆକର୍ଷିତ କରିବା ପାଇଁ 
ବହୁତ ମହତ୍ଵପୁର୍ଣ ହୋଇଥାଏ I ଆସନ୍ତୁ ଭିଡ଼ିଓ କରିବା ସମୟରେ ସଠିକ ହବ-ଭାବର କିଛି ବେସିକ ଟିପ୍ସ ବୁଝିବାପାଇଁ 
ଏହି ଭିଡ଼ିଓକୁ ଦେଖିବା I

4.7 ଭିଡ଼ିଓରେ Propsର ଉପଯୋଗ କରନ୍ତୁ
Props ଏବଂ Tools ଗୁଡିକ ଜଟିଳ ବିଷୟବସ୍ତୁକୁ ସହଜରେ ବୁଝିବା ପାଇଁ ସାହାଯ୍ୟ କରିଥାନ୍ତି I
ବହୁତଗୁଡ଼େ ଉପାୟରେ ଲୋକମାନେ ଭିଡ଼ିଓରେ props ବ୍ୟବହାର କରନ୍ତି ଯେପରିକି :
- ମାଟିର କଣ୍ଢେଇ ତିଆରିକରି ଗପର ଚରିତ୍ର ବା ଜିନିଷ ଗୁଡିକ ବୁଝେଇବାରେ ବ୍ୟବହାର କରନ୍ତି
- ଖାତା ବହି ବ୍ୟବହାର କରି ଜ୍ୟାମିତିର ଚିତ୍ର ଦେଖାନ୍ତି
- ଧଳାପଟା/ କଳାପଟା ବ୍ୟବହାର କରି କିଛି ବିଷୟବସ୍ତୁ ବା ସୂତ୍ର ଗୁଡିକ ବୁଝାନ୍ତି

ଏହି ଭିଡ଼ିଓ ଟିକୁ ଦେଖନ୍ତୁ ଯେଉଁଥିରେ ଜଣେ ଶିକ୍ଷକ ବାହାର ଏବଂ ଭିତରର ଅବଧାରଣା ବୁଝାଉଛନ୍ତି ମାଟିର ମଡେଲ ବ୍ୟବହାର କରି

4.8 3-ପଏଣ୍ଟ ଭିଡ଼ିଓ ସୁଟିଂ ନିୟମ
ଗୋଟେ ଭିଡ଼ିଓ କରିବାରେ ବିଭିନ୍ନ ନିୟମ ଥାଏ , ସେଥି ମଧ୍ୟ୍ୟରୁ ଗୋଟେ ନିୟମ ହେଲା ତୃତୀୟ ନିୟମ I ଏହାର ମାନେ ଏହା,
 ଯଦି ଆପଣ ଦୁଇ ଟି vertical ଏବଂ 2 ଟି horizontal ରେଖା ଦ୍ୱାରା ପୁରା ସ୍କ୍ରିନକୁ 9 ଭାଗ କରିବେ ତାହେଲେ 
ଭିଡ଼ିଓର ବିଷୟ ରେଖାର ପ୍ରତିଛେଦିତ ବିନ୍ଦୁରେ ପଡିବା ଦରକାର I
ଏହାକୁ ଭଲରେ ବୁଝିବା ପାଇଁ ଏହି ଭିଡ଼ିଓକୁ ଦେଖନ୍ତୁ I

4.9 vertically ଭିଡ଼ିଓ ରେକର୍ଡ କରନ୍ତୁନାହିଁ
ଗୋଟେ ଭୁଲ ଯାହା ନୂଆ ଭିଡ଼ିଓ କରୁଥିବା ଶିକ୍ଷକମାନେ କରନ୍ତି ତାହା ହେଲା ଭିଡ଼ିଓକୁ vertically ରେକର୍ଡ କରିବା I 
ଆପଣ ସବୁ ବେଳେ ନିଜ ଫୋନକୁ horizontally ଧରି ଭିଡ଼ିଓ ରେକର୍ଡ କରିବାକଥା କାରଣ :
a) ଆମର ଆଖି ଗୁଡିକ horizontally ଜିନିଷ ଗୁଡିକୁ ଦେଖିଲା ଭଳି ଡିଜାଇନ ହୋଇଛି,
 କାହିଁକି ନା ଆମ ଆଖି ଗୁଡିକ ଗୋଟେ ଉପରେ ଗୋଟେ ନରହି, ପରସ୍ପରର ପାର୍ଶ୍ଵରେ ଅଛନ୍ତି :)
b) ପ୍ରାୟ ସ୍କ୍ରିନ ଗୁଡିକ ମଧ୍ୟ horizontal ହୋଇଥାଏ , TV , mobile , Laptop ବା 
   ସିନେମା ହଲର ସ୍କ୍ରିନ ଯାହା ବି ହଉନାକାହିଁ I
c) Horizontal ସ୍କ୍ରିନ ଆପଣଙ୍କର ଚତୁର୍ପାର୍ଶ୍ୱର ବହୁତ ଜାଗା ନେଇଥାଏ
d) ଆନିମେସନ ବା ଲେଖା ଗୁଡିକ horizontal ଭିଡ଼ିଓରେ ସହଜରେ ଫିଟ ହୋଇପାରନ୍ତି

ତେଣୁ ଦୟାକରି vertical ଭିଡ଼ିଓ ସୁଟିଂ କରନ୍ତୁ ନାହିଁ I

4.10 ଆପଣଙ୍କର ନିଜର ଭିଡ଼ିଓ କରନ୍ତୁ
  • ଚାଲନ୍ତୁ ମୋଡ୍ୟୁଲରେ ଦିଆ ଯାଇଥିବା ସମସ୍ତ ପଏଣ୍ଟକୁ ମନେ ରଖିବା I 
  • ଏବେ, ନିଜର ଫୋନ ଉଠାନ୍ତୁ ଏବଂ ନିଜ ପସନ୍ଦର କୌଣସି ବି ବିଷୟ ଉପରେ ଭିଡ଼ିଓ ବନାନ୍ତୁ I 
  • ଦୟାକରି ଆଉ ଅପେକ୍ଷା ନକରି ଏବେ ହିଁ ଗୋଟେ ଭିଡ଼ିଓ ବନାନ୍ତୁ I
  • ଆମେ ପରବର୍ତୀ ମୋଡ଼ୁଲେରେ ଏଡିଟ କରିବାର କିଛି ସାଧନ ଉପରେ ଶିଖିବା I

5.1 ଆମେ ଏହି ମୋଡ୍ୟୁଲରୁ କ'ଣ ଶିଖିବା ?

ଏହି ମୋଡ୍ୟୁଲରୁ ଆମେ ଭିଡ଼ିଓ ଏଡିଟିଂରେ ବ୍ୟବହୃତ ହୋଇଥିବା ବିଭିନ୍ନ tools ବିଷୟରେ ଜାଣିବା I ଆମେ ବିଭିନ୍ନ application ଉପରେ ଜାଣିବା ଯାହା ଆମ ଫୋନରେ ବ୍ୟବହୃତ ହୋଇପାରିବ I ଦୟାକରି ଜାଣି ରଖନ୍ତୁ ଯେ ଆମକୁ ସବୁ ଆପ୍ପ ବ୍ୟବହାର କରିବା ଦରକାର ନାହିଁ, ଆମେ ଆମ ପସନ୍ଦ ଅନୁସାରେ କୌଣସିବି ନିଶୁଲ୍କ ଆପ୍ପ ବ୍ୟବହାର କରିପାରିବା I 

5.2 ମୋବଇଲ ଭିତରେ ଦିଆଯାଇଥିବା toolକୁ ବ୍ୟବହାରକରି ଭିଡ଼ିଓ ଏଡିଟିଂ କରିବା

playstoreରେ ବହୁତ ଗୁଡିଏ ଆପ୍ପ ଥିଲେ ସୁଦ୍ଧା ଆପଣ ନିଜ ଭିଡ଼ିଓର ସାଧରଣ ଏଡିଟିଂ ଗୁଡିକ ଅନ୍ୟ କୌଣସି ଆପ୍ପ ସାହାଯ୍ୟ ନନେଇ ନିଜ ଫୋନରେ ମଧ୍ୟ୍ୟ କରିପାରିବେ I ଦୟାକରି ଆପଣଙ୍କର ମୋବାଇଲ କ୍ୟାମେରାର ସେଟିଙ୍ଗକୁ ଦେଖନ୍ତୁ, ଆପଣ ସେଠି ବହୁତ ଗୁଡ଼େ ଏଡିଟ ଅପସନ ପାଇପାରିବେ I

5.3 InShot ଆପକୁ ବ୍ୟବହାର କରି ଭିଡ଼ିଓକୁ କିପରି ଏଡିଟ କରିବା?

ବହୁତ ଗୁଡ଼େ ଆପ୍ପ ଅଛି ଯାହା ଆପଣଙ୍କୁ ଭିଡ଼ିଓ ଏଡିଟ କରିବାରେ ସାହାଯ୍ୟ କରିବ I ଆପଣ ଜାଣିରଖନ୍ତୁ ଯେ, ସେ ଆପ୍ପ ଗୁଡିକରେ ଦକ୍ଷ ହେବା ପାଇଁ ଆପଣଙ୍କୁ କିଛି ସମୟ ଲାଗିବ I ବ୍ୟସ୍ତ ହୁଅନ୍ତୁ ନାହିଁ, ଆମେ ଯେତେବେଳେ ଭୁଲ କରୁ ସେତେବେଳେ ହିଁ ଶିଖି ଥାଉ I ଆସନ୍ତୁ ଏହି ଭିଡ଼ିଓକୁ ଦେଖି InShot ଆପ୍ପ ବ୍ୟବହାର କରିବା ଶିଖିବା ଏବଂ ଶିଖିଥିବା ଜିନିଷ ଗୁଡିକ ଆମେ କରିଥିବା ଭିଡ଼ିଓରେ ପ୍ରୟୋଗ କରିବା I


5.4 ଅନ୍ୟ ଭିଡ଼ିଓ ଏଡିଟିଂ ଆପ୍ପଗୁଡିକ

InShot ଆପ୍ପ ଛଡା ଅନ୍ୟ ବହୁତ ଗୁଡ଼େ ଆପ୍ପ ଅଛି ଯାହା ଆପଣ ଭିଡ଼ିଓ ଏଡିଟ କରିବାପାଇଁ ବ୍ୟବହାର କରି ପାରିବେ I ଦୟାକରି ଜାଣି ରଖନ୍ତୁ ଯେ ଆପଣ ଅଭ୍ୟାସ କରି କୌଣସି ବି ଆପ୍ପ ବ୍ୟବହାର କରିବାରେ ପାରଙ୍ଗମ ହେଇ ପାରିବେ I ବିନା ଦ୍ଵିଧାରେ ଏହି ଆପ୍ପ ଗୁଡିକ ବ୍ୟବହାର କରନ୍ତୁ :
-ActionDirector Video Editor
- Adobe Premiere Rush
- Funimate Video Editor
- InShot
- KineMaster
- Movie Maker Filmmaker
- PowerDirector

5.5 ପ୍ରୟୋଗାତ୍ମକ ଅଭ୍ୟାସ

ଏବେ ପରବର୍ତ୍ତୀ ମୋଡ୍ୟୁଲରେ ଆମେ ପ୍ରକୃତରେ ପ୍ରଶିକ୍ଷଣରେ ହିଁ ପ୍ରୟୋଗାତ୍ମକ ଅଭ୍ୟାସ କରିବା I ଆପଣ ଭିଡ଼ିଓ ରେକର୍ଡ କରି ଦେଇଛନ୍ତି ? ଯଦି କରି ନାହାନ୍ତି ତେବେ ଏବେ ହିଁ କରନ୍ତୁ I ପରବର୍ତୀ ମୋଡ଼ୁଲରେ ଆମେ ଆମ ଭିଡ଼ିଓରେ ଗୋଟେ ପରେ ଗୋଟେ ପରିବର୍ତନ କରିବୁ ଏବଂ ତାପରେ ଆପଣ ସେହି ସବୁ ପରିବର୍ତ୍ତନ ନିଜ ଭିଡ଼ିଓରେ କରିବେ I ଚାଲନ୍ତୁ ଆରମ୍ଭ କରିବା I

6.1 ପ୍ରୟୋଗାତ୍ମକ ମୋଡ୍ୟୁଲ କ'ଣ ?

InShot ନାମର ଆପ୍ପ ଟିକୁ ଭିଡ଼ିଓ ଏଡିଟ କରିବା ପାଇଁ କିପରି ବ୍ୟବହାର କରିବା ଆମେ ଏହି ଭିଡ଼ିଓରୁ ଶିଖିବା I ଦୟାକରି ମୋଡ୍ୟୁଲ ଆରମ୍ଭରୁ ନିଜର ଭିଡ଼ିଓ ଟେ ରେକର୍ଡ କରନ୍ତୁ ଏବଂ ପ୍ରଶିକ୍ଷଣରେ ଯେପରି କୁହା ଯାଇଛି ସେହିପରିଭାବେ ପରିବର୍ତ୍ତନ କରି ଚାଲନ୍ତୁ I

ଏହା ଗୋଟେ ପ୍ରୟୋଗାତ୍ମକ ମୋଡ୍ୟୁଲ ତେଣୁ ଆପଣଙ୍କୁ ନିଜ ଭିଡ଼ିଓରେ କାମ କରିବାକୁ ପଡିବ ଯାହା ଦ୍ୱାରାକି ଆପଣ ଏ ପ୍ରସିକ୍ଷଣରୁ ବହୁତ କିଛି ଶିଖି ପାରିବେ I

ଆମେ ଏହି ଭିଡ଼ିଓକୁ ପ୍ରୟୋଗାତ୍ମକ ଶିକ୍ଷଣ ଦ୍ୱାରା ଏଡିଟ କରିବା :
 

No comments

Theme images by fpm. Powered by Blogger.