Header Ads

Download

How To Make Attractive Video On Your Smartphone - ନିଜ ସ୍ମାର୍ଟଫୋନ୍ ରେ ଆକର୍ଷକ ଶିକ୍ଷଣ ଭିଡ଼ିଓ କିପରି କରିବେ? - Part 01


1. ପ୍ରଶିକ୍ଷଣର ପରିଚୟ :
 

1.2 ପ୍ରଶିକ୍ଷଣର ଉଦ୍ଦେଶ୍ୟ
ସାଥି ଶିକ୍ଷକ ଏବଂ ବିଦ୍ୟାର୍ଥୀମାନଙ୍କ ପାଇଁ ଉନ୍ନତ ମାନର ଭିଡ଼ିଓ କରିବାରେ ଆପଣ ଇଛୁକ ଅଛନ୍ତି କି ? ଏହି ପ୍ରଶିକ୍ଷଣଟି ଆପଣଙ୍କୁ " ମୁଁ କେମିତି ଆରମ୍ଭ କରିବି ଜାଣିନି " ରୁ "ମୁଁ କରିପାରିବି" ଯାଏଁ ପହଞ୍ଚେଇବାରେ ସାହାଯ୍ୟ କରିବ I

ଆଜିର ଅନଲାଇନ ଦୁନିଆରେ ଭିଡ଼ିଓ କଣ୍ଟେଣ୍ଟ ସବୁଠାରୁ ଅଧିକ ବ୍ୟବହୃତ ହେଉଥିବା ସାଧନ ଅଟେ ନିଜ ଚାରି ପାଖରେ ଦେଖିଲେ ଆମେ ଜାଣିପାରିବା ସବୁ ସୋସିଆଲ ମେଡିଆ ପ୍ଲାଟଫର୍ମରେ ଭିଡ଼ିଓ ପୋଷ୍ଟର ବ୍ୟବହାର ବିଭିର୍ନ ଶିକ୍ଷଣ ବିଷୟ ,ମୋନରଞ୍ଜନ ଏବଂ ଶିକ୍ଷା ପ୍ରଦାନକରିବା ପାଇଁ କରାଯାଉଛି I ଏହି ଭିଡ଼ିଓ ଗୁଡିକ ବହୁ ମାତ୍ରାରେ ଲୋକଙ୍କ ସହିତ ଜଡିତ ହେବାରେ ସାହାଯ୍ୟକରୁଛି I କ'ଣ ଗୋଟେ ଆକର୍ଷକ ଭିଡ଼ିଓ କରିବାର ପଦ୍ଧତି ଗୁଡିକ ଶିଖିବା ଆରମ୍ଭକରିବା ବହୁତ ଭଲ ହେବନି କି, ଯାହା ଦ୍ୱାରା କି ଆପଣ ବି ସେହି ପ୍ରକାରର ଭିଡ଼ିଓ କରିପାରିବେ ?

ଦୟାକରି ଏହି ପ୍ରଶିକ୍ଷଣକୁ ନା କେବଳ ପଢିବେ, କିନ୍ତୁ ଏହି ପ୍ରଶିକ୍ଷଣରୁ ଶିଖିଥିବା ସବୁ ଜିନିଷ ଗୁଡିକ ନିଜର ରେକର୍ଡ କରିଥିବା ଭିଡ଼ିଓ ଗୁଡିକ ଆକର୍ଷକ କରିବା ପାଇଁ ଲାଗୁ କରିବେ I

ଆମେ ଆଶା କରୁଛୁ କି ଆପଣ ଏହି ପ୍ରଶିକ୍ଷଣର ଆନନ୍ଦ ନେବେ !

1.3 ମୋଡ୍ୟୁଲ ଅନୁଯାଇ ପ୍ରଶିକ୍ଷଣ ର ବିବରଣୀ
ଏହି ପ୍ରଶିକ୍ଷଣରେ 6ଟି ମୋଡ୍ୟୁଲ ଅଛି:
a) ପ୍ରଶିକ୍ଷଣର ଉଦ୍ଦେଶ୍ୟ
b) ଭିଡ଼ିଓ କରିବାର ମାନସିକତା
c) ନିଜ ଭିଡ଼ିଓ କରିବାର ଯୋଜନା କରନ୍ତୁ
d) ଗୋଟେ ଆକର୍ଷକ ଭିଡ଼ିଓ ସୁଟିଂ କରନ୍ତୁ
e) ନିଜ ଭିଡ଼ିଓକୁ ଏଡିଟ କରନ୍ତୁ
f) ପ୍ରୟୋଗ ଏବଂ ଟେଷ୍ଟିମୋନିଅଲ

1.4 ଏହି ପ୍ରଶିକ୍ଷଣର ସବୁଠୁ ଭଲ ଉପଯୋଗ କିପରି କରିବେ ?
1. ଆପଣ ଯାହା ଶିଖିଲେ ତା'ର ଉପଯୋଗ କରନ୍ତୁ : ଏହା ଏକ ପ୍ରୟୋଗାତ୍ମକ ପ୍ରଶିକ୍ଷଣ ଅଟେ ଯେଉଁଥିରେ କି ଆପଣ ସବୁଠୁ ଅଧିକ ଶିଖିବେ ଯଦି ଆପଣ ପ୍ରଶିକ୍ଷଣର ଶିକ୍ଷଣ ଗୁଡିକ ଉପଯୋଗ କରିବେ I ଗୋଟେ ଭିଡ଼ିଓ କରନ୍ତୁ ଏବଂ ପ୍ରଶିକ୍ଷଣରେ ଶିଖିଥିବା ସାଧନ ଗୁଡିକ ଭିଡ଼ିଓରେ ବ୍ୟବହାର କରନ୍ତୁ I
2. ନିଜର ମତାମତକୁ ଅନ୍ୟ ମାନଙ୍କ ସହିତ ସେୟାର କରନ୍ତୁ: ପୁରା ପ୍ରଶିକ୍ଷଣରେ ଆପଣ କମେଣ୍ଟ କରି ନିଜର ପ୍ରଶ୍ନ ଗୁଡିକ ପଚାରି ପାରିବେ ଏବଂ ମତାମତ ଦେଇପାରିବେ I
3. ଲାଇକ , ସେୟାର : ଯଦି ଆପଣଙ୍କୁ କୌଣସି ଜିନିଷ ପସନ୍ଦ ଆସୁଛି ତ ଲାଇକ ବଟନକୁ ଦବେଇ କଣ୍ଟେଣ୍ଟ ପାଇଁ ଆପଣଙ୍କର ପସନ୍ଦକୁ ଜଣାନ୍ତୁ I
4. ଅଟକିଯାନ୍ତୁ ନାହିଁ : ଯଦି ଆପଣ କିଛି ବୁଝିପାରୁନାହାନ୍ତି ତାହେଲେ ବ୍ୟସ୍ତ ହେବାର କିଛି ନାହିଁ I ଆପଣ ଅଧାରେ ଅଟକି ଯାନ୍ତୁନାହିଁ , ଆପଣ ଧୀରେ ଧୀରେ ଆଗକୁ ଶିଖି ପାରିବେ I

1.5 ଅନଲାଇନ ଚର୍ଚା
ଆମେ ଏଠାରେ ଏକ ଅନଲାଇନ ଚର୍ଚାର ବି ଆୟୋଜନ କରିବୁ, ଯେଉଁଥିରେ କି ପ୍ରଶିକ୍ଷଣରେ ଭାଗ ନେଇଥିବା ସବୁ ପ୍ରତିଭାଗୀ ChalkLitର "ହୋମ" ସ୍କ୍ରୀନରେ ଆସିବେ ଏବଂ ଗୋଟେ ଚୟନ କରା ଯାଇଥିବା ବିଷୟ ଉପରେ ନିଜ ବିଚାର ଗୁଡିକ ଉପରେ ଆଲୋଚନା କରିବେ I ଦୟାକରି ଚର୍ଚାର ସମୟ ବିବରଣୀ ଗୁଡିକ ଜାଣିବା ପାଇଁ ପ୍ରଶିକ୍ଷଣ କାର୍ଡରେ ଥିବା ବିବରଣୀକୁ ଦେଖନ୍ତୁ I

2.1 ସକାରାତ୍ମକ ମାନସିକତା ରଖିବା କ'ଣ ପାଇଁ ମହତ୍ଵପୁର୍ଣ ଅଟେ ?
ଏହି ପ୍ରଶିକ୍ଷଣରେ ଆମେ କିଛି ଦକ୍ଷତା ,କୌଶଳ ଏବଂ ଜ୍ଞାନବର୍ଦ୍ଧକ ଜିନିଷ ଉପରେ ଜାଣିବା I କିନ୍ତୁ ପ୍ରଶିକ୍ଷଣ ସମୟରେ ସବୁଠୁ ମହତ୍ୱପୂର୍ଣ୍ଣ ହେଉଚି ସକାରତ୍ମକ ମାନସିକତା ରଖିବା I ବାରମ୍ବାର ଆପଣଙ୍କୁ ନିଜକୁ ବୁଝେଇବାକୁ ହେବ କି ଆପଣ କିଛି ବି ବିଷୟ ଶିଖି ପାରିବେ I ଆଜ୍ଞା ହଁ, ଆପଣ ଏବେ ନଜାଣି ଥାଇପାରନ୍ତି କିନ୍ତୁ ଏ ପ୍ରଶିକ୍ଷଣ ଶେଷ ହେଲା ବେଳକୁ ଆପଣ ନିହାତି ଗୋଟେ ଭଲ ଭିଡ଼ିଓ ନିଜେ କରି ପାରିବେ I ଏହି ମୋଡ୍ୟୁଲରେ ଆପଣ ଜାଣିପାରିବେ କି ଭିଡ଼ିଓ ଗୁଡିକୁ ଆକର୍ଷକ କରିବା ପାଇଁ କିପରି କୌଶଳ ପ୍ରୟୋଗ କରିବେ, ଯେପରି ଆପଣଙ୍କର ଭିଡ଼ିଓଟି ମହତ୍ଵପୁର୍ଣ ହୋଇପାରିବ I I ସକାରାତ୍ମକ ମାନସିକତା ସହିତ ଏହି ପ୍ରଶିକ୍ଷଣକୁ ଆରମ୍ଭ କଲେ ଆପଣଙ୍କର ଶିଖିବାର କ୍ଷମତାରେ ବହୁମାତ୍ରରେ ବୃଦ୍ଧି ହେବ 
2.2 ଆପଣଙ୍କ ଭିଡ଼ିଓ ଗୁଡିକର ସାମର୍ଥ୍ୟ
କିଛି ଗବେଷଣାରୁ ଜଣା ପଡିଛି ଯେ ଯେତେବେଳେ ଲୋକଙ୍କୁ କିଛି ଜିନିଷର ଉତ୍ତର ଦରକାର ହୁଏ ସେମାନେ ଭିଡ଼ିଓ ସର୍ଚ୍ଚ କରି ଦେଖିବାକୁ ପସନ୍ଦ କରନ୍ତି I ଆଉ ମଧ୍ୟ:

- କୌଣସି ଜିନିଷ କିଣିବା ଆଗରୁ ଲୋକମାନେ ଅନ୍ୟ ପ୍ରଣାଳୀ ଅପେକ୍ଷା ଭିଡ଼ିଓ ଦେଖିବା ପାଇଁ 4 ଗୁଣା ଅଧିକା ପସନ୍ଦ କରନ୍ତି I
- 3 ରୁ 2 ଜଣ କର୍ମଚାରୀ ଭଲ ରୂପେ ନିଜ କାର୍ଯ୍ୟ ପୁରା କରିଥାନ୍ତି ଯେତେବେଳେ ସେମାନଙ୍କୁ ଭିଡ଼ିଓ ଦ୍ୱାରା ନିର୍ଦ୍ଦେଶ ପ୍ରଦାନ କରାଯାଇଥାଏ ଏବଂ ସୂଚନା ଗୁଡିକୁ ମଧ୍ୟ୍ୟ 7% ଅଧିକ ତୀବ୍ର ଗ୍ରହଣ କରିଥାନ୍ତି I
- 10 ରୁ 7 ଜଣ ଲୋକ କୌଣସି ଜିନିଷକୁ ଅନଲାଇନ କିଣିବା ଆଗରୁ କମ୍ପାନୀର ଭିଡ଼ିଓକୁ ଦେଖିଥାନ୍ତି I
- ଶିଖିବା ଏବଂ ଶିକ୍ଷଣ ସାମଗ୍ରୀ ଭିଡ଼ିଓ ଗୁଡିକ youtubeରେ ଗୋଟେ ଦିନରେ ବହୁ ମାତ୍ରାରେ ଦେଖାଯାଇଥାଏ I

ମାତ୍ର, ଶିକ୍ଷକ, ଛାତ୍ର ଏବଂ ଅବିଭାବକମାନଙ୍କ ପାଇଁ ସଠିକ କଣ୍ଟେଣ୍ଟ ପାଇବା ବା ଭିଡ଼ିଓ କଣ୍ଟେଣ୍ଟ ପ୍ରସ୍ତୁତ ପାଇଁ ସମୟ ବାହାର କରିବା ଏକ ଆହ୍ଵାନ I
ସେଥିପାଇଁ ଆପଣଙ୍କର ଭିଡ଼ିଓ ଗୁଡିକ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ I
2.3 ଆପଣଙ୍କୁ ସୁମ୍ପୂର୍ଣ ରୂପେ ସଠିକ ହେବାର ଆଵଶ୍ୟକତା ନାହିଁ
ବହୁ ସମୟରେ ଲୋକମାନେ ଜିନିଷ ଗୁଡିକ ସମ୍ପୂର୍ଣ ଠିକ (perfect) ଭାବେ କରିବାରେ ବ୍ୟସ୍ତ ହୋଇଯାଇଥାନ୍ତି I ଏହା ମନେ ରଖିବା ଉଚିତ ଯେ ସଠିକ ବା ନିଖୁଣ ହେବା ଏକ ପ୍ରକାରର ଭ୍ରମ ଅଟେ I ଯଦି ଆପଣ ସବୁ ଜାଣିବା ପରେ ହିଁ ଆରମ୍ଭ କରିବା କଥା ଭାବିବେ, ତାହେଲେ ଏହା ଆପଣଙ୍କର ସୃଜନାତ୍ମକ ପକ୍ରିୟାକୁ ପ୍ରଭାବିତ କରିବ ଓ ଦୁର୍ବଳ କରିଦେବ I ମନେରଖିବା ଉଚିତ ଗୋଟେ ଭିଡ଼ିଓ ପ୍ରସ୍ତୁତ କରିବାର ଲକ୍ଷ୍ୟ ପରିପୂର୍ଣତା ନୁହେ କିଛି ଶିକ୍ଷଣ ବାର୍ତ୍ତା ଦେବା I
2.4 ଉପକରଣ ଉପରେ ଅଧିକ ଚିନ୍ତା କରୁଛନ୍ତିକି ?
ବେଳେବେଳେ ମନରେ ଏଥିପାଇଁ ସଂକୋଚ ଲାଗେ କି ଆପଣଙ୍କ ପାଖରେ ଭଲ ଭିଡ଼ିଓ ପ୍ରସ୍ତୁତ କରିବା ପାଇଁ ସଠିକ ଉପକରଣ ନାହିଁ I ପ୍ରଥମେ ମୂଳ କଥା ଗୁଡିକ ଜାଣନ୍ତୁ ତା'ପରେ ଆପଣଙ୍କର ସାମଗ୍ରୀ ଗୁଡିକ ଅପଗ୍ରଡେ କରିବା ଆରମ୍ଭ କରନ୍ତୁ I ଗୋଟେ ଆକର୍ଷକ ଭିଡ଼ିଓ କରିବା ପାଇଁ ଉନ୍ନତ ଉପକରଣର ଆବଶ୍ୟକତା ହୋଇନଥାଏ, କେବଳ କରିବାର ମନୋଭାବ ଓ ଆଗ୍ରହ ଆବଶ୍ୟକ I ଏହି କଥାକୁ ଆମେ ଏହି ପ୍ରଶିକ୍ଷଣରେ ପ୍ରମାଣିତ କରିବୁ I
2.5 ନିଜ ଭିଡ଼ିଓକୁ ଦୁନିଆ ଆଗରେ ରଖନ୍ତୁ !
ଆପଣଙ୍କ ପ୍ରସ୍ତୁତ ଭିଡିଓ ଶିକ୍ଷଣ, ମନୋରଞ୍ଜକ, କଳାତ୍ମକ ବା ବ୍ୟବସାୟିକ ଯେକୌଣସି ପ୍ରକାର ହେଉନା କାହିଁକି ଏହାକୁ ଲୁଚାଇ ନରଖି social media (Whatsapp / Facebook,,etc.) ରେ ସେୟାର କରନ୍ତୁ I ଭିଡିଓଟି କିପରି ଲାଗୁଛି ମତାମତ ଲୋଡନ୍ତୁ ଓ ଉପଯୁକ୍ତ ପରାମର୍ଶ ଗୁଡିକୁ ନିଜର ପରବର୍ତ୍ତୀ ଭିଡିଓ ପ୍ରସ୍ତୁତି ସମୟରେ କାମରେ ଲଗାନ୍ତୁ।
3.1 ଯୋଜନା କରିବା କ'ଣପାଇଁ ମହତ୍ୱପୂର୍ଣ୍ଣ ହୋଇଥାଏ ?
ମନେରଖନ୍ତୁ ! ଉପଯୁକ୍ତ ଯୋଜନା ହିଁ ଆମକୁ ସ୍ମାର୍ଟ ଭାବେ କାମ କରି ସୁଫଳ ପାଇବାରେ ସାହାଯ୍ୟ କରିଥାଏ I ମୋବାଇଲକୁ ଧରି ସୁଟିଂ କରିବା ପୂର୍ବରୁ ଆମକୁ କିଛି ଗୃହକାର୍ଯ୍ୟ କରି ପ୍ରସ୍ତୁତ ରହିବାକୁ ପଡିବ I ସଫଳତାପୂର୍ବକ ଭିଡ଼ିଓ ସୁଟିଂ କରିବା ଆଗରୁ ଆମକୁ କ'ଣ ସବୁ ପୁର୍ବପ୍ରସ୍ତୁତି କରିବାକୁ ପଡିବ ତାହା ଆମେ ଏହି ମୋଡ୍ୟୁଲରେ ଶିଖିବା I
3.2 ନିଜର ଦର୍ଶକଙ୍କୁ ବୁଝନ୍ତୁ !
ନିଜ ଭିଡିଓର ଦର୍ଶକଙ୍କୁ ବୁଝିବା ବହୁତ ଜଟିଳ ହୋଇଥାଏ I ଯଦି ଆପଣ ନିଜ ଭିଡିଓର ଦର୍ଶକ ଅର୍ଥାତ ଯେଉଁମାନଙ୍କ ଉଦ୍ବେଶରେ ଭିଡିଓଟି ପ୍ରତୁତ କରୁଛନ୍ତି ଜାଣି ନାହାନ୍ତି ତାହେଲେ ଗୋଟେ ସହାୟକ ଭିଡ଼ିଓ କରିବା ଅସମ୍ଭବ ଅଟେ I ନିଜେ ଦର୍ଶକଙ୍କୁ ବୁଝିବା ଦ୍ଵାରା ଆପଣଙ୍କୁ ଭିଡ଼ିଓ କଲା ବେଳେ କିଛି ମହତ୍ଵପୁର୍ଣ ନିଷ୍ପତ୍ତି ନେବାରେ ସାହାଯ୍ୟକାରୀ ହୋଇଥାଏ, କିନ୍ତୁ ଆମେ ଯଦି ଜଣେ ବ୍ୟକ୍ତିବିଶେଷଙ୍କୁ ଦର୍ଶକଙ୍କର ଉପସ୍ଥାପକ ଭାବେ ନେଇ ଭାବିବା ଯେ କାହିଁକି ସେ ଆପଣଙ୍କର ଭିଡ଼ିଓ ଦେଖିବେ, କଣ ସେ ପସନ୍ଦ କରିବେ, ତାହା ଆପଣଙ୍କୁ ଅଧିକ ଉପାଦେୟ ଓ ଆକର୍ଷକ ଭିଡ଼ିଓ ଟେ କରିବା ପାଇଁ ସାହାଯ୍ୟ କରିବ I

ସେମାନେ ଏହି ବିଷୟକୁ ହିଁ କାହିଁକି ଜାଣିବାପାଇଁ ଇଛୁକ ହେବେ ? ଆପଣ ଜାଣିଥିବା ଦରକାର କି ଆପଣଙ୍କର ଦର୍ଶକ ଏହି ବିଷୟରେ ଜାଣିବା ପାଇଁ କାହିଁକି ଇଛୁକ ହେବେ I ଏହା ଆପଣଙ୍କ ଭିଡ଼ିଓ ଦେଖିବା ପାଇଁ ସେମାନଙ୍କର ଆଗ୍ରହ ଏବଂ କାରଣ ଗୁଡିକୁ ସମ୍ବୋଧିତ କରିବା ପାଇଁ ସୁନିଶ୍ଚିତ କରାଇବ I

3.3 ନିଜର ଲକ୍ଷ୍ୟ୍ୟକୁ ନିର୍ଦ୍ଧାରିତ କରନ୍ତୁ
ଆପଣ ନିଜର ଭିଡ଼ିଓଗୁଡିକ ଦ୍ୱାରା କ'ଣ ପ୍ରାପ୍ତ କରିବାକୁ ଚାହୁଁଛନ୍ତି ? ଆପଣଙ୍କ ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରି ବାନ୍ଧି ରଖିବାକୁ ଚାହୁଁଛନ୍ତି, ଆପଣ ଲୋକଙ୍କୁ ହସେଇବାକୁ ଚାହୁଁଛନ୍ତି ? ସେମାନଙ୍କୁ ଆପଣଙ୍କର Websiteକୁ ଆଣିବା ପାଇଁ ଚାହୁଁଛନ୍ତି? ଆପଣ ନିଜ ପ୍ରଡକ୍ଟର ପ୍ରଚାର କରିବାକୁ ଚାହୁଁଛନ୍ତି ? ବା କିଛି ନୂଆ ଶିଖେଇବା ପାଇଁ ଚାହୁଁଛନ୍ତି ? ଭିଡ଼ିଓ ତିଆରି କରିବା ଆଗରୁ ପ୍ରଥମେ ନିଜର ଲକ୍ଷ୍ୟ ନିର୍ଦ୍ଧାରିତ କରନ୍ତୁ I ସବୁଠୁ ଭଲ କାର୍ଯ୍ୟ ଏହା ହେବ କି ଆପଣ ସ୍ଥିରକରନ୍ତୁ କି ଆପଣଙ୍କର ଭିଡ଼ିଓ ଦେଖିବାପରେ ଦର୍ଶକ କ'ଣ କରିବେ , କ'ଣ କହିବେ ବା କ'ଣସବୁ ଅନୁଭବ କରିବେ I

3.4 ନିଜର ହାବଭାବକୁ ନିଜର ଶକ୍ତି କରନ୍ତୁ
ଭିଡ଼ିଓରେ ଆପଣଙ୍କର ହାବଭାବ ହିଁ ଦର୍ଶକଙ୍କୁ ଆପଣଙ୍କର କୁହାଯାଇଥିବା ଜିନିଷଗୁଡ଼ିକ କରିବା ପାଇଁ ପ୍ରେରିତ କରିଥାଏ, ଯେପରିକି ଆପଣଙ୍କର ଚ୍ୟାନେଲର ସଦସ୍ୟତା ନେବା ହେଉ ବା ଆପଣଙ୍କର ଭିଡ଼ିଓକୁ ସେୟାର କରିବା ହେଉ ବା ଆପଣଙ୍କର ପ୍ରଡକ୍ଟକୁ କିଣିବା ହେଉ I ଏହା ବାରମ୍ଵାର ପ୍ରମାଣିତ ହୋଇଛି ଯେ ଆପଣଙ୍କର ଭିଡ଼ିଓରେ ଆପଣଙ୍କର ହାବଭାବ ଦେଖିକରି ହିଁ ଲୋକ ସେଇଆ କରନ୍ତି ଯାହା ଆପଣ ତାଙ୍କଠୁ କରେଇବା ପାଇଁ ଚାଁହୁଥାନ୍ତି I


ତେଣୁ ଭିଡ଼ିଓ ରେକର୍ଡ କରିବା ସମୟରେ ଆପଣ କ'ଣ ଅନୁଭବ କରୁଛନ୍ତି ତାହା ସେୟାର କରିବା ପାଇଁ ପ୍ରସ୍ତୁତ ରୁହନ୍ତୁ, ଯେପରିକି କିଛି ମଜାଳିଆ କଥା କହିଲା ବେଳେ ହସନ୍ତୁ ଏବଂ କିଛି ଜିନିଷକୁ ନେଇ ଆପଣ ଯାହା ଅନୁଭବ କରୁଥିଲେ ତାହା ମଧ୍ୟ ସେୟାର କରନ୍ତୁ I ଆପଣ ଯାହା, ବାସ ସେମିତି ରହିବ ପାଇଁ ଚେଷ୍ଟା କରନ୍ତୁ I

3.5 ଶିଖିବାର ଉଦ୍ଦେଶ୍ୟ କ'ଣ ଅଛି ?

ଏକ ସ୍ପଷ୍ଟ ଶିକ୍ଷଣ ଉଦ୍ଦେଶ୍ୟ ଥିଲେ ହିଁ ଆପଣଙ୍କୁ ଅଧିକ ଓ ଭଲ ପରିମାଣ ସହ ସ୍ପଷ୍ଟ ନିର୍ଦେଶ ପ୍ରଦାନ କରିବାରେ ସାହାଯ୍ୟ ମିଳିଥାଏ I କ'ଣ ଆପଣ ଚାହଁନ୍ତିକି ଆପଣଙ୍କ ଦର୍ଶକ କିଛି କାର୍ଯ୍ୟ କରନ୍ତୁ ? ଆପଣ ଚାହୁଁଛନ୍ତି କି ସେମାନେ କିଛି କାର୍ଯ୍ୟ ସହିତ ତାଙ୍କ ବିଦ୍ୟାର୍ଥୀମାନଙ୍କୁ କୌଣସି ଅବଧାରଣା ଉପରେ ଶିଖାନ୍ତୁ I କ'ଣ ଆପଣ କିଛି ଭୁଲ ଧାରଣାକୁ ସମ୍ଭୋଧିତ କରିବାକୁ ଚାହୁଁଛନ୍ତି କି ? ଭିଡ଼ିଓର ଉଦ୍ଦେଶ୍ୟ ଉପରେ ଆଉ ଥରେ ଭାବନ୍ତୁ I

3.6 ସ୍କ୍ରିପ୍ଟ ଲେଖନ୍ତୁ

ଆପଣ ଭିଡ଼ିଓର ଶିକ୍ଷଣ ଉଦ୍ଦେଶ୍ୟ ଏବଂ ଲକ୍ଷ୍ୟ ଉପରେ ଭାବିବା ପରେ ଭିଡ଼ିଓ ପାଇଁ ସ୍କ୍ରିପ୍ଟ ତିଆରି କରନ୍ତୁ I ଗୋଟେ ଶୀଘ୍ର ଓ କେନ୍ଦ୍ରିତ ବିଷୟବସ୍ତୁ ଉପରେ ଭିଡ଼ିଓ କରିବା ପାଇଁ ଏହା ମହତ୍ୱପୂର୍ଣ୍ଣ I ଆସନ୍ତୁ ଗୋଟେ ଭଲ ସ୍କ୍ରିପ୍ଟ କରିବା ପାଇଁ କେଉଁ ଦିଗପ୍ରତି ଧ୍ୟାନ ଦେବା ସେଉପରେ ଭିଡ଼ିଓଟିଏ ଦେଖିବା I


3.7 ଅଭ୍ୟାସ କରନ୍ତୁ ଏବଂ ପ୍ରତିକ୍ରିୟା ନିୟନ୍ତୁ

- ନିଜ ସ୍କ୍ରିପ୍ଟକୁ ଜୋରେ ପଢନ୍ତୁ ଏବଂ ଦେଖନ୍ତୁ ଏହା କିପରି ଲାଗୁଛି I ଯଦି ଆପଣଙ୍କୁ ଲାଗୁଚି ଆପଣ କେଉଁଠି ଭୁଲ କରୁଛନ୍ତି ତାହେଲେ ପୁଣି ଥରେ ଦେଖନ୍ତୁ ଏବଂ ସୁନିଶ୍ଚିତ କରନ୍ତୁ କି ଆପଣ ଭିଡ଼ିଓରେ ନିଜ ଭାଷାର ପ୍ରୟୋଗ କରୁଛନ୍ତି I
- ଏମିତି ଜଣେ ବ୍ୟକ୍ତିକୁ ଖୋଜନ୍ତୁ ଯେ ଆପଣଙ୍କୁ ଏହା କହିବାରେ ଡରିବନି କି ସେ ବାସ୍ତବରେ କଣ ଭାବୁଛନ୍ତି ଏବଂ ତାଙ୍କୁ ନିଜର ସ୍କ୍ରିପ୍ଟ ପଠାନ୍ତୁ I ଏହା ପ୍ରଥମଥରରେ ଟିକେ ଅଜବ ଲାଗିପାରେ କିନ୍ତୁ ଗୋଟେ ଥର ଆପଣଙ୍କୁ ପ୍ରତିକ୍ରିୟା ପ୍ରାପ୍ତ କରିବାର ଅଭ୍ୟାସ ହେଇ ଯାଏ ତ ଏହା ସ୍କ୍ରିପ୍ଟିଟିଂ ପକ୍ରିୟାର ଏକ ଅନିବାର୍ଯ୍ୟ ଭାଗ ହେଇଯାଏ I




No comments

Theme images by fpm. Powered by Blogger.